ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା: ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରା ପ୍ରତିଷ୍ଠା କରିବେ । ଏହାକୁ ନେଇ ଅଯୋଧ୍ୟାରେ ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ସହର ।  ଆଣ୍ଟି ଡ୍ରୋନ୍‌ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍‌ ସ୍କ୍ୱାଡ। ରାଜ୍ୟ ପୁଲିସ ଓ ସିଆରଫିଏଫ୍‌ ସହ ଏସଟିଏଫ୍‌, ଏଟିଏସ୍‌ ଓ ଏନଆଇଏ ଟିମ୍‌ ସ୍ୱରୁକ୍ଷା ଦାୟିତ୍ୱରେ ରହିବେ। ରାମଙ୍କ ଆଗମନ ପାଇଁ ପୁରା ପ୍ରସ୍ତୁତ ଉତ୍ତର ପ୍ରଦେଶର ଅଯୋଧ୍ୟା ନଗରୀ।   ସ୍ୱତନ୍ତ୍ର ତାଲିମପ୍ରାପ୍ତ ସୁରକ୍ଷା କର୍ମୀଙ୍କୁ ଅଯୋଧ୍ୟା ସୁରକ୍ଷାରେ ନିୟୋଜିତ କରାଯିବ। ସେମାନଙ୍କୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସଜାଯିବ ଏବଂ ପୋଲିସ ଓ ଏସପିଜି (ସ୍ପେଶାଲ୍ ପ୍ରୋଟେକସନ୍ ଗ୍ରୁପ୍) ରୁ ଆତଙ୍କବାଦୀ ବିରୋଧୀ ସ୍କ୍ୱାର୍ଡ (ଏଟିଏସ୍) ପର୍ଯ୍ୟନ୍ତ ସ୍ୱତନ୍ତ୍ର କମାଣ୍ଡୋ ନିୟୋଜିତ ହେବେ ।   ରାମ ମନ୍ଦିର ନିର୍ମାଣ ପାଇଁ 500 ବର୍ଷରୁ ଅଧିକ ସମୟ ଅପେକ୍ଷା କରିଛି, ତେଣୁ ରାମ ଭକ୍ତମାନେ ଏହି ମୁହୂର୍ତ୍ତ ଦେଖିବାକୁ ଚାହାଁନ୍ତି | କାର୍ଯ୍ୟକ୍ରମ ସମୟରେ କୌଣସି ଅଘଟଣ ନଘଟୁ ସେଥି ପାଇଁ ପୁରା ସୁରକ୍ଷା ଏଜେନ୍ସି ବିଶେଷ ସତର୍କ ଅଛନ୍ତି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ନିରାପତ୍ତା ପାଇଁ କେନ୍ଦ୍ର ଏବଂ ୟୁପି ସରକାରଙ୍କ ସୁରକ୍ଷା ଏଜେନ୍ସିମାନେ 7 ସ୍ତରୀୟ ସୁରକ୍ଷା କର୍ଡନ୍ ପ୍ରସ୍ତୁତ କରିଛନ୍ତି।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ପାଖାପାଖି 8000 ଭିଆଇପି ଅତିଥି ରହିବେ । ଏହି କାରଣରୁ  ସମ୍ପୂର୍ଣ୍ଣ ନିରାପତ୍ତା ପାଇଁ  ସୁରକ୍ଷା ସର୍କିଲ୍ ତିଆରି ହୋଇଛି । ପ୍ରଥମ ସର୍କଲରେ ଏସପିଜି କମାଣ୍ଡୋ ରହିବେ ଏବଂ ସେମାନଙ୍କ ହାତରେ ଆଧୁନିକ ଅସ୍ତ୍ର ରହିବ । ଦ୍ୱିତୀୟ ସର୍କଲରେ NSG କର୍ମଚାରୀ ରହିବେ । ଆଇପିଏସ୍ ଅଧିକାରୀମାନେ ତୃତୀୟ ସର୍କଲରେ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବେ। ଚତୁର୍ଥ ସର୍କଲ ପାଇଁ CRPF ସୈନ୍ୟ ଦାୟୀ ରହିବେ । ପଞ୍ଚମ ସର୍କଲରେ UP ATS ର କମାଣ୍ଡୋ ରହିବେ ଯେଉଁମାନେ କୌଣସି ସନ୍ଦେହଜନକ ପରିସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ରହିବେ | ଆଇବି କର୍ମଚାରୀମାନେ ଷଷ୍ଠ ସର୍କଲରେ ଅବସ୍ଥାପିତ ହେବେ ଏବଂ ସପ୍ତମ ସର୍କଲରେ ସ୍ଥାନୀୟ ପୋଲିସ୍ କର୍ମଚାରୀ ନିୟୋଜିତ ହେବେ । ଏଥିପାଇଁ ଏବେ ଅଯୋଧ୍ୟା ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହେବାକୁ ଯାଉଛି ।