ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ
ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ଗୁଜରାଟ ନିର୍ବାଚନ ପାଇଁ ଏଥର ଏହି ଅଧିବେଶନ ଗୋଟିଏ ମାସ ବିଳମ୍ଭରେ ଆରମ୍ଭ ହେଉଛି । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଓ ରାଜ୍ୟସଭାର ସବୁ ଦଳର ନେତାଙ୍କୁ ବୈଠକରେ ସାମିଲ ପାଇଁ ନିମନ୍ତ୍ରଣ କରିଥିଲେ । ବୈଠକରେ ସଂସଦ କାର୍ଯ୍ୟ ସୁରୁଖୁରରେ ଚଲାଇବା ସବୁ ଦଳର ସହ ଯୋଗ ଲୋଡିବେ କେନ୍ଦ୍ର ସରକାର । ଏଥିସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ।ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ଗୃହର ବହୁ ନେତା ସାମିଲ ହେବା ସୂଚନା ରହିଛି । ଡିସେମ୍ବର ୭ ତାରିଖରୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର 29ତାରିଖ ଯାଏଁ ଚାଲିବ । ଏଥର ଅଧିବେଶନରେ 17ଟି କାର୍ଯ୍ୟଦିବସ ରହିଛି ।