ଆଜି ମହାରାଷ୍ଟ୍ର ଓ ରାଜସ୍ଥାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ । ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି । ଆଗାମୀ ଦିନରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍ଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମଧ୍ୟ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦ୍ଘାଟନ କରିବେ ।