ଉଦଘାଟନ ହୋଇଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ’
ଉଦଘାଟନ ହୋଇଛି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ’। ପ୍ରାୟ ୫ ଲକ୍ଷ ବର୍ଗ ଫୁଟରେ ନିର୍ମିତ ଏହି ଭବନରେ ଅଡିଟରିୟମ, ପୁସ୍ତକାଳୟ, ହସ୍ପିଟାଲ୍ ଓ ହନୁମାନ ମନ୍ଦିର ରହିଛି । ସାର୍ବଜନୀନ ଦାନରୁ ଏହି ଭବନର ନିର୍ମାଣ ହୋଇଛି। ଆରଏସଏସର ଏହି ନୂତନ ମୁଖ୍ୟାଳୟରେ ତିନୋଟି କୋଠା ରହିଛି । ଏହାର ନାମ ସାଧନା, ପ୍ରେରଣା ଓ ଅର୍ଚ୍ଚନା ରଖାଯାଇଛି। ଏହି କୋଠାରେ ୩୦୦ କୋଠରୀ ରହିଛି । ସାଧନା ବିଲ୍ଡିଂରେ ସଂଗଠନର କାର୍ଯ୍ୟାଳୟ ରହିଛି ଏହାକୁ ପ୍ରାନ୍ତ କାର୍ଯ୍ୟାଳୟ କୁହାଯାଉଛି।