ମହାରାଷ୍ଟ୍ର ଉପବାଚସ୍ପତି ସଚିବାଳୟର ତୃତୀୟ ମହଲାରୁ ତଳକୁ କାହିଁକି ଡେଇଁ ପଡ଼ିଲେ ?
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାରି ଭିତରେ ଏସସିରେ ଢ଼ଙ୍କର ସମ୍ପ୍ରଦାୟ ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ଉପବାଚସ୍ପତି ନରହରି ଜିରୱାଲ ଅଜବ କାଣ୍ଡ କରି ଚର୍ଚାରେ ଅଛନ୍ତି । ସେ ଏବଂ ଅନ୍ୟ ୩ ଜଣ ବିଧାୟକ ସଚିବାଳୟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଏଭଳି ସ୍ଥିତିରେ ତାଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ।
ସେମାନେ ଏସ୍ଟି ଶ୍ରେଣୀରେ ଢଙ୍ଗର ସମ୍ପ୍ରଦାୟକୁ ସାମିଲ କରାଯିବା ଘଟଣାକୁ ବିରୋଧ କରି ଆଜି କୋଠା ଉପରୁ ତଳକୁ ଡେଇଁଥିଲେ। କିନ୍ତୁ ସମସ୍ତେ ସୁରକ୍ଷା ଜାଲ ଉପରେ ପଡ଼ି ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସଚିବାଳୟରେ ଆତ୍ମହତ୍ୟା ରୋକିବାପାଇଁ ୨୦୧୮ରେ ଏହି ସୁରକ୍ଷା ଜାଲ ଲଗାଯାଇଥିଲା। ନରହରି ଜିରୱାଲ୍ ଏବଂ ଅନ୍ୟ ୩ ବିଧାୟକ ଗୋଟିଏ ମହଲା ତଳେ ସୁରକ୍ଷା ଜାଲ ଉପରେ ଫସି ରହିଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ନରହରି ଜିରୱାଲ ହେଉଛନ୍ତି ଅଜିତ ପାୱାରଙ୍କ ଏନ୍ସିପିର ଜଣେ ସଦସ୍ୟ। ସେମାନେ ଏସ୍ଟି ଶ୍ରେଣୀରେ ଢଙ୍ଗର ସମ୍ପ୍ରଦାୟର ସମ୍ପୃକ୍ତି ଦାବିକୁ ବିରୋଧ କଋ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି| ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି ।