ବାରମୁଲାରେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କଲେ ସୁରକ୍ଷାବାହିନୀ
ଭାରତୀୟ ସେନାର ଅଗ୍ନିବୀର ରାଲିକୁ ଟାର୍ଗେଟ କରିଥିବା ଦୁଇ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦ ସହିତ ସମ୍ପୃକ୍ତ ଉଭୟ ସ୍ଥାନୀୟ ଆତଙ୍କବାଦୀଙ୍କୁ ଯବାନମାନେ ଗୁଳି କରି ହତ୍ୟା କରିଥିଲେ। ବାରାମୁଲାର ବରିଷ୍ଠ ପୋଲିସ କମିଶନର ରଇସ୍ ଭଟ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଲୁଚି ରହିଥିବା ସମ୍ପର୍କରେ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା, ଏହା ପରେ ସୁରକ୍ଷା ବାହିନୀ ପଟ୍ଟନର ୟେଡିପୋରା ଅଞ୍ଚଳରେ ସର୍ଚ୍ଚ ଏବଂ କର୍ଡନ ଅପରେସନ ଆରମ୍ଭ କରିଥିଲେ।
ଏସଏସପି କହିଛନ୍ତି, ସର୍ଚ୍ଚ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଫଳରେ ଉଭୟ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଏହି ଅପରେସନ୍ ଚାଲିବା ପରେ ଶନିବାର ସକାଳେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀମାନେ ଗୁରୁବାର ଦିନ ପଟ୍ଟନର ହାଇଦରବେଗରେ ଶେଷ ହୋଇଥିବା ସେନାର ଅଗ୍ନିଭୀର ନିଯୁକ୍ତି ରାଲିକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ।