ତେଲେଙ୍ଗାନାରେ କଂଗ୍ରେସର ପ୍ରଚାର ଅଭିଯାନ

ତେଲେଙ୍ଗାନା: ଦକ୍ଷିଣ ବିଜୟ ପାଇଁ କଂଗ୍ରେସ ପ୍ରସ୍ତୁତ । କର୍ଣ୍ଣାଟକ ପରେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ କରିଛି ରଣନୀତି । ଏଥିପାଇଁ  ବିଧାନସଭା ନିର୍ବାଚନ ତାତି ଜୋରଧରିଚି । ଆଜିଠାରୁ ତେଲଙ୍ଗାନାରେ ଆରମ୍ଭ ହେବ କଂଗ୍ରେସର ପ୍ରଚାର ଅଭିଯାନ । ଶୁଭାରମ୍ଭ କରିବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ।  କଂଗ୍ରେସର ଏକ ବିଶାଳ ରାଲି ଆୟୋଜିତ ହେବ  । ‘ବିଜୟ ଭେରୀ’ ନାମରେ ନାମିତ ଏହି ରାଲିରେ କଂଗ୍ରେସ ଆସନ୍ତା ନିର୍ବାଚନ ଲାଗି ବିଭିନ୍ନ ପ୍ରତିଶ୍ରୁତି ରଖିବ । କଂଗ୍ରେସର ମାଗଣା ପ୍ରତିଶ୍ରୁତି କୁ ଲୋକେ ଗ୍ରହଣ କରୁଥିବାରୁ ଏହି ପ୍ରତିଶ୍ରୁତିକୁ ପୁଣି ଦୋହରାଇବାକୁ ଦଳ କହିଛି । ତେଲଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡୀ କହିଛନ୍ତି- ଚଳିତବର୍ଷ ଶେଷ ବେଳକୁ  ବିଧାନସଭା ନିର୍ବାଚନ ହେବ ।