ନ୍ୟାୟ ମାଗିଲେ ଯବାନ: ପତ୍ନୀଙ୍କୁ ଆକ୍ରମଣ ପରେ ସୁରକ୍ଷା ଉପରେ ଉଠାଇଲେ ପ୍ରଶ୍ନ

ଥିରୁଭାନ୍ନମଲାଇ: ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା ସହ କିଛି ଲୋକ ଆକ୍ରମଣ କରିଥିବା ଯବାନ ଅଭିଯୋଗ କରିଛନ୍ତି । ଯବାନ ପ୍ରଭାକରନଙ୍କ ସ୍ତ୍ରୀ କୀର୍ଥୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶନିବାର ୪୦ ଜଣ ଲୋକ କୀର୍ଥୀଙ୍କ ଦୋକାନରେ ପଶି ତାଙ୍କୁ ଜାଗା ଖାଲି କରିବା ସହ ତାଗିଦ କରିଥିଲେ । ପରେ ମାଡ଼ ମାରିବା ସହ ଅସଦବ୍ୟବହାର ଓ ଦୋକାନରେ ଥିବା ଜିନିଷପତ୍ରକୁ ଫୋପାଡ଼ିଥିଲେ ।ଯବାନଙ୍କ ଦୃଢ଼ ଅଭିଯୋଗ ଓ ଏତଲା ପରେ ପୋଲିସ ଏନେଇ ତଦନ୍ତ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି

YouTube player