ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ଆର୍ଥିକ ଭାବେ ଦୁର୍ବଳ ବର୍ଗର ଲୋକଙ୍କୁ ମିଳୁଥିବା ଇଡବ୍ଲ୍ୟୁଏସ କୋଟା ଉପରେ ଉଚ୍ଚତମ ନ୍ୟାୟାଳୟ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଅଦାଲତ ଏହି ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ପ୍ରତିଶତ ସଂରକ୍ଷଣକୁ ବୈଧ୍ୟ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ ଇଡବ୍ଲ୍ୟୁଏସ ସଂରକ୍ଷଣକୁ ଉଚିତ୍ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଏହି କୋଟା ସମ୍ବିଧାନର ମୂଳ ସିଦ୍ଧାନ୍ତ ଏବଂ ଭାବନାକୁ ଉଲ୍ଲଂଘନ କରୁ ନାହିଁ। ପ୍ରଧାନ ବିଚାରପତି ଏବଂ ବିଚାରପତି ଦିନେଶ ମାହେଶ୍ଵରୀଙ୍କ ବ୍ୟତୀତ ବିଚାରପତି ବେଲା ଏମ ତ୍ରିବେଦୀ ଇଡବ୍ଲ୍ୟୁଏସ କୋଟା ପକ୍ଷରେ ନିଜର ରାୟ ମଧ୍ୟ ଦେଇଛନ୍ତି। ବିଚାରପତି ଜେପି ପାରଦିଓ୍ଵାଲା ମଧ୍ୟ ଗରିବଙ୍କୁ ମିଳୁଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

ବିଚାରପତି ବେଲା ଏମ ତ୍ରିବେଦୀ କହିଛନ୍ତି, ମୋର ନିଷ୍ପତ୍ତି ବିଚାରପତି ମାହେଶ୍ଵରୀଙ୍କ ରାୟ ସହ ସହମତ। ଇଡବ୍ଲ୍ୟୁଏସ କୋଟା ବୈଧ୍ୟ ଏବଂ ସାମ୍ବିଧାନିକ ଅଟେ। କିନ୍ତୁ ବିଚାରପତି ଏସ ରବୀନ୍ଦ୍ର ଇଡବ୍ଲ୍ୟୁଏସ କୋଟାକୁ ବେଆଇନ ଦର୍ଶାଇଛନ୍ତି। ଏହି ପରି ଗରିବ ବର୍ଗଙ୍କୁ ମିଳୁଥିବା ୧୦ ପ୍ରତିଶତ ଇଡବ୍ଲ୍ୟୁଏସ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୪-୧ରେ ମୋହର ମାରିଛନ୍ତି। ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠରେ ଏକାକୀ ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ଏହି ସଂରକ୍ଷଣକୁ ଭୁଲ୍ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଏହା ଆଇନଗତ ଭେଦଭାବ ଏବଂ ସମ୍ବିଧାନର ମୂଳଭାବନା ବିରୋଧୀ।