ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ନିବେଶକଙ୍କ କ୍ଷତି କରିଥିବା ନେଇ ଅଭିଯୋଗ କରିଆସୁଥିଲେ ବିରୋଧୀ । ତେବେ ଏହି ଅଭିଯୋଗକୁ ତଦନ୍ତ ପରେ  ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଏକ୍ସପର୍ଟ ପ୍ୟାନେଲ ଆଦାନୀ ଗ୍ରୁପକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ପ୍ୟାନେଲ ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଲଗାଯାଇଥିବା ଅଭିଯୋଗର ତଦନ୍ତ କରିବା ପରେ ଏପରି ରିପୋର୍ଟ ପ୍ରଦାନ କରିଛି । ଏକ୍ସପର୍ଟ ପ୍ୟାନେଲ ଏହା ମଧ୍ୟ କହିଛି ଯେ ଏପରି ଲାଗୁଛି ଯେ ମାର୍କେଟ ରେଗୁଲେଟର ସେବି ପକ୍ଷରୁ ନିୟମରେ କୌଣସି ବିଚ୍ୟୁତି ହୋଇନାହିଁ । ଏକ୍ସପର୍ଟ ପ୍ୟାନେଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛି ଆଦାନୀ ଗ୍ରୁପ ପକ୍ଷରୁ ସେୟାରର ମୂଲ୍ୟରେ କୌଣସି ଗଡ଼ବଡ଼ କରାଯାଇ ନାହିଁ ଏବଂ ଗ୍ରୁପ ରିଟେଲ ଇନଭେଷ୍ଟର୍ସଙ୍କ ହିତର ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇଛି । ଯାହା ଫଳରେ କୈାଣସି ନିବେଶକଙ୍କ କ୍ଷତି ହୋଇନାହିଁ । ଯାହା ଦେଖାଦେଇଛି ବଜାର ହିସାବରେ ଏଥିରେ ବୃଦ୍ଧି ଓ ହ୍ରାସ ଦେଖାଯାଇଥିବା ସମ୍ଭାବନା ରହିଛି । ପ୍ରକାଶ ଥାଉକି ହିଣ୍ଡେନବର୍ଗ ନିଜ ରିପୋର୍ଟରେ ଅଭିଯୋଗ କରିଥିଲେ ଯେ ଆଦାନୀ ଗ୍ରୁପ ସେୟାର ସହ ହେରଫେର କରିଛି ଏବଂ ପ୍ରାଇସକୁ ଓଭର ଭାଲ୍ୟୁ କରିଛି । କିନ୍ତୁ ତଦନ୍ତ ପରେ ରିପୋର୍ଟ କହୁଛି ଯେ ନିବେଶକଙ୍କୁ ମିଛ କୁହାଯାଇନାହିଁ । ନିବେଶକଙ୍କୁ ପ୍ରଭାବିତ କରାଯାଇନାହିଁ । ବଜାର ଅନୁସାରେ ଲାଭ କ୍ଷତି ଅନ୍ୟମାନଙ୍କ ପରି ନିବେଶକଙ୍କ ହେଉଛି ।