ସାଂସଦ, ବିଧାୟକଙ୍କ ବିରୋଧରେ ରହିଥିବା ମାମଲାର ତୁରନ୍ତ ଫଏସଲା କର

ଦିଲ୍ଲୀ : ସାଂସଦ, ବିଧାୟକଙ୍କ ବିରୋଧରେ ରହିଥିବା ମାମଲାର ତୁରନ୍ତ ଫଏସଲା କର । ନିର୍ବାଚିତ ଏମପି, ଏମଏଲଏଙ୍କ ବିରୋଧରେ ଦାୟର ଅପରାଧିକ ମାମଲାଗୁଡିକର ତୁରନ୍ତ ଫଏସଲା ଲାଗି ହାଇକୋର୍ଟଗୁଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଯେଉଁ ସବୁ ରାଜ୍ୟରେ ଏମପି, ଏମଏଲଏମାନଙ୍କ ବିରୋଧରେ ପଡିରହିଛି ମାମଲା ତାହାର ତୁରନ୍ତ ଫଏସଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ଏହି ଧରଣର ମାମଲାଗୁଡିକୁ ନିଜ ଆଡୁ ପଞ୍ଜୀକରଣ କରିବା ସହ ମାମଲାର ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ହାଇକୋର୍ଟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାଗୁଡିକର ସମାଧାନଦିଗରେ ମନିଟରିଂ କରିବା ଲାଗି ହାଇକୋର୍ଟର ମୁଖ୍ୟବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସରକାରୀ କର୍ମଚାରୀ ଓ ବିଚାର ବିଭାଗୀୟ ସଦସ୍ୟ ସମ୍ପର୍କିତ ଅପରାଧିକ ମାମଲାଗୁଡିକର ବିଚାର ଲାଗି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।