ଆଜିଠୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜିଠୁ ଆରମ୍ଭ ହେଉଛି।  ଗତମାସ ୩୧ ତାରିଖରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା ହେବା ଦିନଠାରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି।   ସରକାର ଗତ ବୁଧବାର ଅଧିବେଶନ ସଂପର୍କରେ ଏକ  ତାଲିକା ପ୍ରକାଶ କରିଛନ୍ତି। ଅଧିବେଶନରେ ୪ଟି ବିଲ୍‌ ଆଲୋଚନା ପାଇଁ ଆସିବ ବୋଲି ସରକାର କହୁଥିଲେ ମଧ୍ୟ ବିରୋଧୀଙ୍କୁ ଏହା ଶାନ୍ତି କରିପାରିନାହିଁ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ସରକାର ଶେଷ ମୁହୂର୍ତ୍ତରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରି ହଟଚମଟ ସୃଷ୍ଟି କରିପାରନ୍ତି।