ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ
ବିଜେପି ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମାଲର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ଝିଅ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନାଲିଙ୍କ ଝିଅ । ଗତମାସରେ ଗୋଆରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା । ତେଣୁ ମାମଲାର ତଦନ୍ତ କରୁଛି ଗୋଆ ପୋଲିସ । ତେବେ ଗୋଆ ପୋଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋନାଲିଙ୍କ ପରିବାର ଲୋକ ।ସିବିଆଇ ତଦନ୍ତ ଦାବି କରି ତାଙ୍କ ଝିଅ ଯଶୋଧରା ଫୋଗଟ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲା ଗୋଆ ପୋଲିସ ଠାରୁ ସିବିଆକୁ ହସ୍ତାନ୍ତର କରାଯାଉ ବୋଲି ଚିଠିରେ ଉଲ୍ଲେଖ ସୋନାଲିଙ୍କ ଝିଅ । ପୋଲିସ ଏହି ମାମଲାର ଉଚିତ୍ ତଦନ୍ତ କରୁନାହିଁ ବୋଲି ପରିବାର ଲୋକ ଅଭିଯୋଗ କରି ବାରମ୍ବାର ସିବିଆଇ ତଦନ୍ତ ଦାବି କରୁଛନ୍ତି ପରିବାର ଲୋକ । ପୋଲିସ ଉପରେ ରାଜନୈତିକ ଚାପ ରହୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୋଆର କର୍ଲିଜ ରେଷ୍ଟୁରାଂଟରେ ସୋନାଲିଙ୍କର ଅଗଷ୍ଟ ୨୩ ତାରିଖରେ ମୃତ୍ୟୁ ହୋଇଥିଲା ।