ଜମ୍ମୁକାଶ୍ମୀରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ପରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ଜାମ୍ମୁର ସିଦ୍ଧ୍ରାଠାରେ ଗୋଟିଏ ପରିବାରର ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି।

ମୃତ୍ୟୁର ପ୍ରକୃତ ରହସ୍ୟ ଜାଣୀବା ପାଇଁ ତଦନ୍ତ ଜାରୀ ରହିଛି। ଏହା ପୁର୍ବରୁ ମଙ୍ଗଳବାର ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀର ଶୋପିଆନ ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କୀ ଗୁଳି କରି ହତ୍ୟା କରିଥିଲେ।