ସିଦ୍ଦରମେୟା ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ : ୨୦ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: ବୁଧବାର ଦିନ ତମାମ୍ ଆଲୋଚନା ପରେ ଶେଷରେ ବାହାରିଛି କିଏ ହେବ ମୁଖ୍ୟମନ୍ତ୍ରୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ  ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ଡି.କେ ଶିବକୁମାରଙ୍କୁ ମିଳିବ ଉପମୁଖ୍ୟମନ୍ତ୍ରୀ ପଦ । ସିଦ୍ଦରମେୟା ହେବେ ମୁଖ୍ୟମନ୍ତ୍ରୀ ।  ସିଦ୍ଦରମେୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ଗତ ମଧ୍ୟରାତ୍ରିରେ ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ।  ଡି.କେ ଶିବକୁମାରଙ୍କୁ ମନାଇବାକୁ ସକ୍ଷମ ହୋଇଛି କଂଗ୍ରେସ। ଗତ ୧୩ ତାରିଖଠାରୁ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି ।  ରାହୁଲ ଗାନ୍ଧି ଓ ଖାଡଗେଙ୍କ ସହ ଏକତ୍ର ବୈଠକ ପରେ ସମାଧାନର ସୂତ୍ର ବାହାରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।