ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ
୪ ଦିନିଆ ଭାରତ ଗସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶେଖ ହସିନାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି, ଭାରତ ଅନୁଭୂତି ସବୁବେଳେ ମନେ ରହିବ । ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବା ହେବ ପ୍ରାଥମିକତା । ଦାରିଦ୍ର୍ୟ ଦୂରୀକରଣ ପାଇଁ ଦୁଇ ଦେଶ ଏକାଠି ଲଢିବୁ । ବାଂଲାଦେଶର ବିକାଶରେ ଭାରତର ଭୂମିକା ରହିଛି । ଏହା ପୂର୍ବରୁ ଶେଖ ହସିନାଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ମାନଙ୍କ ସହ ତାଙ୍କ ପରିଚୟ କରାଯାଇଥିଲେ । ଏହି ଅବସରରେ ବରିଷ୍ଠ ସୈନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।