ଆଜି ପୁଞ୍ଚ ଯାତ୍ରା କରିବେ ଶାହ
ଆଜି ଶାହଙ୍କ ଜମ୍ମୁକାଶ୍ମୀର ଗସ୍ତର ଦ୍ବିତୀୟ ଦିନ। ଏହି ଅବସରରେ ଆଜି ପୁଞ୍ଚରେ ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାକ୍ଷାତ କରିବେ ଶାହ। ଗତକାଲି ଗ୍ରସ୍ତର ପ୍ରଥମ ଦିନରେ ରାଜଭବନରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ସୁରକ୍ଷା ପରିସ୍ଥିତି ନେଇ ଆଲୋଚନା କରିଥିଲେ । ଏନେଇ ରାଜଭବନରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ବସିଥିଲା।
ଯେଉଁଥିରେ ସୁରକ୍ଷା ପ୍ରସଙ୍ଗକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପ୍ରାୟ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଉପରାଜ୍ୟପାଳଙ୍କ ସମେତ, ପୁଲିସ, ଗୁଇନ୍ଦା ଏଜେନ୍ସି ଅଧିକାରୀ, ନାଗରିକ ଓ ପ୍ରଶାସନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଏବଂ ଅମରନାଥ ଯାତ୍ରାର ପରିଚାଳନା ପାଇଁ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ବିଷୟରେ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ରାଜ୍ୟପାଳ ଓ ସୁରକ୍ଷା ଅଧିକାରୀ। ଆଜି ଶାହ ପୁଞ୍ଚ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପାକିସ୍ତାନ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟିବା ସହ ସୁରକ୍ଷା ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।