ସାନିଆ ମିର୍ଜା ନେଲେ ସନ୍ନ୍ୟାସ

ନୂଆଦିଲ୍ଲୀ:  ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି ।  ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳା ଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି କହିଛନ୍ତି । ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କ ଠାରୁ ଛାଡପତ୍ର ଖବର କୁ ନେଇ ସେ କିଛି ସ୍ପଷ୍ଟ କରିନଥିବା ବେଳେ ଖେଳରୁ ବିରାମ ନେବେ ବୋଲି କହିଛନ୍ତି । ଗତ କିଛି ଦିନ ଧରି ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ତେବେ ଫେବ୍ରୁଆରୀ ୧୯ ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଡବ୍ଲୁଟିଏ ୧୦୦୦ ଇଭେଣ୍ଟରେ ଶେଷ ଥର ପାଇଁ ଖେଳିବେ ସାନିଆ । ୩୬ ବର୍ଷିୟା ସାନିଆ ଫେବ୍ରୁଆରୀରେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଖେଳିବେ ସାନିଆ ।