ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ

ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା । ହାୱଡା ନାଲପୁର ନିକଟରେ ସାଲିମାର ସୁପରଫାଷ୍ଟ ଟ୍ରେନ ଲାଇନଚ୍ୟୁତ ହୋଇଛି । ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ ନମ୍ବର ହେଉଛି ୨୨୮୫୦ । ଆଜି ଭୋର ୫ଟା ୪୫ ମିନିଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ କରୁଛି ରେଳ ବିଭାଗ।