ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ ସାହିଲ

ଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଭୟାନକ ହତ୍ୟାକ କରିଛି ପ୍ରେମିକ ସାହିଲ । ନିଜ ପ୍ରେମିକା ସହ କୈାଣସି କାରଣରୁ ମତାନ୍ତର ହେବା ପରେ  ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ ସାହିଲ । ହତ୍ୟା କରିବା ପରେ ହେଲାନି ମନ ଶାନ୍ତି । ପାଖରେ ପଡ଼ିଥିବା ପଥର ଉଠାଇ ଛେଚିଥିଲା ସାହିଲ । ଏହାକୁ ଦେଖୁଥିବା ଲୋକ ମଧ୍ୟ କିଛି କହିନଥିଲେ ।  ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଅଭିଯୁକ୍ତ ସାହିଲକୁ ପୋଲିସ ଗିରଫ କରିଛି । ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି ।

ସାହିଲ ଓ ସାକ୍ଷୀକୁ ଭଲପାଉଥିଲା ।  କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାହିଲ ଆକ୍ରମଣ କରିବା ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ସାକ୍ଷୀକୁ ଉଦ୍ଧାର କରିବାକୁ ନଯାଇ ନୀରବଦ୍ରଷ୍ଟା ସାଜିଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ । ସାକ୍ଷୀକୁ ହତ୍ୟା କରିବାକୁ ସେ ସୁଯୋଗ ଖୋଜୁଥିଲା । ଏଥିପାଇଁ ସବୁବେଳେ ପାଖରେ ଏକ ଛୁରୀ ରଖୁଥିଲା । ଘଟଣା ଦିନ ସାକ୍ଷୀଙ୍କୁ ରାସ୍ତାରେ ଦେଖି ହଠାତ ଆକ୍ରମଣ କରି ଦେଇଥିଲା ।