ବିଦେଶରୁ ଅସିଲେ ପର୍ଯ୍ୟଟକଙ୍କ ଆରଟିପିସିଆର ରିପୋର୍ଟ ଜରୁରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା । ବିଦେଶରୁ ଆସୁଥିବା ପର୍ଯ୍ୟଟକ ଆସିଲେ ଆରଟିପିସିଆର ରିପୋର୍ଟ ଜରୁରୀ । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ ରିପୋର୍ଟ ଜରୁରୀ ବୋଲି ସରକାର ଧାର୍ଯ୍ୟ କରିଛନ୍ତି। ପଜିଟିଭ୍ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଚୀନରେ କରୋନାର ନୂଆ ଭ୍ୟାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଇବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ଲୋକଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହ କୋଭିଡ ସତର୍କତା ପାଳନ ପାଇଁ କୁହାଯାଇଛି ।