୨୦୨୪ ଜାନୁଆରୀ ୧୪ ରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବାକୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହନ୍ତ ନୁହଁନ୍ତି ତେଣୁ ସେ କଣ ପାଇଁ ରାମ ମନ୍ଦିର ଉପରେ ମୁଣ୍ଡ ଖେଳାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ସେ କହିଛନ୍ତି  ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଆସନ୍ତାବର୍ଷ ଜାନୁଆରୀ ୧ ସୁଦ୍ଧା ଶେଷ ହେବ ବୋଲି ଅମିତ ଶାହ ଘୋଷଣା କାହିଁକି କରୁଛନ୍ତି । ସେପଟେ ଗତକାଲି ତ୍ରିପୁରାରେ ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେବା ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୪ ଜାନୁଆରୀ ୧୪ (ମକର ସଂକ୍ରାନ୍ତି)ରେ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ । ଶିଶୁ ରୂପରେ ପୂଜା ପାଇବେ ଶ୍ରୀରାମ ।ନବନିର୍ମିତ ମୂର୍ତ୍ତି ୯ ଫୁଟ ଉଚ୍ଚତାରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଏହାଦ୍ୱାରା ୩୫ ଫୁଟ ଦୂରରୁ ଭକ୍ତମାନେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇବେ।