ରାଜସ୍ଥାନ ବିଧାନସଭା ନିର୍ବାଚନ, ଶନିବାର ଭୋଟ୍
ଜୟପୁର : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ । ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ କିଏ ସରକାର ଗଠନ କରିବ ତାକୁ ନେଇ ଅପେକ୍ଷା । ରାଜ୍ୟର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ଆସନରେ ଶନିବାର ଭୋଟ୍ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ରାଜ୍ୟରେ ୫ କୋଟି ୨୫ ଲକ୍ଷ ଭୋଟର ମତଦାନ କରିବେ । ଏଥର ବିଜେପି ସରକାର ଗଠନ କରିବ ବୋଲି କିଛି ସର୍ଭେରେ ପ୍ରକାଶ ପାଇଛି । ତେବେ କଂଗ୍ରେସ ମଧ୍ୟ ଏଥର ପୁଣି ସରକାର ଗଠନ କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।ରାଜସ୍ଥାନ ହେଉଛି କଂଗ୍ରେସର ଏକ ମଜଭୁତ ଗଡ଼। ଯାହା ଆମେ ପୂରଣ କରିପାରିବୁ ଆମେ କେବଳ ସେହି ପ୍ରତିଶୃତି ଦେଇଥାଉ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି।