ରେଳମନ୍ତ୍ରୀ ନେଲେ ଆଶ୍ଚର୍ଯ୍ୟ କରିବା ଭଳି ନିଷ୍ପତ୍ତି

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ବିଭାଗର ଦାୟିତ୍ବ ନେବା ପରେ କେତେକ ନୂଆ ନିଷ୍ପତ୍ତି ନେଇଛନ୍ତି । ଏଥିରେ କିଛି ଯାତ୍ରୀମାନଙ୍କ ହିତ ଲାଗି କିଛି କର୍ମଚାରୀଙ୍କ ଭଲ ଲାଗି ନିଆଯାଇଛି । ଏଥିରୁ କିଛି ନିଷ୍ପତ୍ତି ତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରେଳମନ୍ତ୍ରୀ ନିକଟରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସେ ରେଳ ବିଭାଗରେ ଚାଲିଥିବା ବହୁ ବର୍ଷର ପରମ୍ପରା ଶେଷ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ରେଳ ମନ୍ତ୍ରାଳୟ ଏବଂ ଦେଶସାରାର ରେଲଓ୍ବେ ଜିଏମ ଅଫିସରେ ଆରପିଏଫ ଯବାନମାନେ ଉପସ୍ଥିତ ଥାନ୍ତି । ଏହି ଯବାନଙ୍କ କାମ କେବଳ ସ୍ୟାଲ୍ୟୁଟ ଦେବା ହୋଇଥାଏ ।

ଭାରତୀୟ ରେଲଓ୍ବେରେ ଏହି ପରମ୍ପରା ଇଂରେଜମାନଙ୍କ ସମୟରୁ ରହି ଆସିଛି, କିନ୍ତୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପରମ୍ପରାକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ପ୍ରକାଶ ଯେ, ରେଳ ମନ୍ତ୍ରାଳୟରେ ରେଳ ମନ୍ତ୍ରୀ ଏବଂ ବୋର୍ଡର ସଦସ୍ୟଙ୍କ ଲାଗି ଭିନ୍ନ ଗେଟ ଅଛି, ଉକ୍ତ ସ୍ଥାନରେ ଆରପିଏଫର ସ୍ୟାଲୁଟ ଦେବା ଭଳି ଯବାନ ବିଶେଷ ପୋଷାକରେ ନିୟୋଜିତ ଥାଆନ୍ତି । ମାତ୍ର ଏହାକୁ ଏବେ ଶେଷ କରାଯାଇଛି । ଏହାସହ ଭାରତୀୟ ରେଳ ବିଭାଗରେ ବରିଷ୍ଠ ନାଗରିକଙ୍କ ଟିକେଟ ଉପରେ ମିଳୁଥିବା ରିହାତିକୁ ନେଇ ବିଚାର କରାଯାଉଛି । ଏହି ରିହାତି କରିନଥିବାରୁ ଗତ ଦିନରେ ରେଲଓ୍ବେକୁ ବହୁ ଆଲୋଚନାର ଶିକାର ହେବାକୁ ପଡ଼ିଥିଲା ।