ଲଦାଖ ଗସ୍ତ କଲେ ରାହୁଲ, ଧନ୍ୟବାଦ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ରିଜଜୁ
ଶ୍ରୀନଗର: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଏବଂ ଲେହ ଗସ୍ତରେ ଯାଇଥିବା ବେଳେ ଲଦାଖର ଚେହେରା କେତେ ବଦଳିଛି ତାହା କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଜମ୍ମୁକଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଥା କଟାକଟା ଜୋର ଧରିଛି | ରାହୁଲ ଗାନ୍ଧୀ ନିଜେ ଏକ ବାଇକ୍ ଯୋଗେ ଲେହରୁ ପାଙ୍ଗୋଗ ହ୍ରଦକୁ ଯାଇଥିଲେ। ଏହି ସମୟର ଫଟୋ ସହ ୨୦୧୨ର କିଛି ଫଟୋକୁ ତୁଳନା କରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ଲଦାଖର ଚିତ୍ର କେତେ ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିମାଳୟ ଅଞ୍ଚଳରେ ନିର୍ମିତ ଚମତ୍କାର ରାସ୍ତାକୁ ପ୍ରୋତ୍ସାହିତ କରିଥିବାରୁ ରିଜିଜୁ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।