ରାହୁଲ ଗାନ୍ଧିଙ୍କୁ ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆସ୍ୱସ୍ଥୀ । ତଳ କୋର୍ଟରୁ ଆସ୍ୱସ୍ଥୀ ନମିଳିବା ପରେ ରାହୁଲ ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ଫଳରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମ କୋର୍ଟ ଯାଇପାରନ୍ତି । ତେବେ ଏନେଇ ହାଇକୋର୍ଟ ତାଙ୍କ ରାୟ ଶୁଣାଇନାହାଁନ୍ତି । ହାଇକୋର୍ଟ ଗ୍ରୀଷ୍ମକାଳୀନ ଛୁଟି ପରେ ଏନେଇ ରାୟ ପ୍ରକାଶ ପାଇବ ବୋଲି କୋର୍ଟ କହିଛନ୍ତି । ରାହୁଲ ଗାନ୍ଧୀ ସବୁ ମୋଦି ଚୋର କହିବାକୁ ତଳ କୋର୍ଟଠାରୁ ଆରମ୍ଭ କରି ହାଇକୋର୍ଟ ଗୁରୁତର ଭାବେ ନେଇଛନ୍ତି । ଗୁଜରାଟ ହାଇକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ କୋଣସି ରୋକ ଲଗାଇନାହାଁନ୍ତି । ଏହାକୁ ନେଇ ଆଗତ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇବା ପାଇଁ ରାହୁଲ ଆଗତ କରିଥିବା ଆବେଦନର ଶୁଣାଣି କରି ଗ୍ରୀଷ୍ମ ଅବକାଶ ସରିବା ପରେ ଗୁଜରାଟ ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇବେ ବୋଲି କହିଛନ୍ତି।
ମାର୍ଚ୍ଚ ମାସରେ ରାହୁଲଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁରଟ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।