ଆଜି ରାୟଗଡା ଆସିବେନି ରାହୁଲ , ନାମାଙ୍କନ ଦାଖଲ ଯୋଗୁଁ ଓଡିଶା ଗସ୍ତ ବାତିଲ
ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ ।