ଆଜି ମଣିପୁର ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଇମ୍ଫାଲ: ମଣିପୁରରେ ହିଂସା କମୁନଥିବା ବେଳେ ରାଜନୀତି କିନ୍ତୁ ଜୋରଧରିଛି । ଆଜି ମଣିପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ଗତ ଦୁଇ ମାସ ଧରି ଲାଗି ରହିଥିବା ହିଂସାକୁ ବନ୍ଦ କରିବା ପାଇଁ ଅପିଲ କରିବେ ରାହୁଲ ଗାନ୍ଧୀ ବୋଲି ଜଣାପଡିଛି । ମଣିପୁର ହିଂସା ଦମନ କରିବାରେ ମୋଦି ସରକାର ଫେଲ ହୋଇଥିବା କହିଛନ୍ତି ରାହୁଲ । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ଲୋକମାନେ ଇଣ୍ଟରନେଟଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି । ଦିନକୁ ଦିନ ମଣିପୁରର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାରଙ୍କ ଶାନ୍ତି ଫେରିବା ଆଶ୍ବସନା ଫେଲ ମାରୁଛି ।