ରାହୁଲ ଦ୍ରାବିଡ କରୋନା ଆକ୍ରାନ୍ତ
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ଫଳରେ ଏସିଆ କପ ପାଇଁ ଭାରତୀୟ ଦଳ ସହିତ ତାଙ୍କର ୟୁଏଇ ଗସ୍ତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।ଏସିଆ କପ ପାଇଁ ଭାରତୀୟ ଦଳ ମଙ୍ଗଳବାରଦିନ ୟୁଏଇ ଗସ୍ତ କରିବ । ଏହା ପୂର୍ବରୁ ଟିମର ସମସ୍ତ ସଦସ୍ୟଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଦ୍ରାବିଡଙ୍କ ନମୁନା କୋଭିଡ ପଜିଟିଭ ବାହାରିଥିଲା । ଏହା ଫଳରେ ମଙ୍ଗଳବାରଦିନ ସେ ଟିମ ସହିତ ୟୁଏଇ ଯିବେ ନାହିଁ । ପରବର୍ତ୍ତୀ ପରୀକ୍ଷା ବେଳେ ଯଦି ତାଙ୍କର ନମୁନା ନେଗେଟିଭ ବାହାରିଲା ତେବେ ସେ ୟୁଏଇ ଯାଇ ଦଳସହ ଯୋଗ ଦେବେ । ତାଙ୍କ ବଦଳରେ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ଦଳର କୋଚ ନିଯୁକ୍ତ କରାଯାଇଛି ।