ଡିସେମ୍ବର ୫ରେ ରିଲିଜ୍‌ ହେବ ‘ପୁଷ୍ପା-୨ ଦ ରୁଲ୍‌’

ଡିସେମ୍ବର ୫ରେ ରିଲିଜ୍‌ ହେବ ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍‌’। ସାରା ଦେଶରେ ଏହି ଫିଳ୍ମକୁ ନେଇ କ୍ରେଜ୍‌ ବଢ଼ିବାରେ ଲାଗିଛି। ଆଡଭାନ୍ସ ବୁକିଂରେ ହିନ୍ଦୀ ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଭାରତୀୟ ସିନେମା ଜଗତରେ ନୂଆ କୀର୍ତ୍ତିମାନ ଯୋଡ଼ିଛି ଏହି ସିନେମା। ରିଲିଜ୍ ପୂର୍ବରୁ ବହୁ ବ୍ଲକ୍‌ବଷ୍ଟର୍‌ ସିନେମାର ରେକର୍ଡ ଭାଙ୍ଗିଛି। ଓଡ଼ିଶାରେ ମଧ୍ୟ ଏହି ଫିଲ୍ମର ଜବରଦସ୍ତ କ୍ରେଜ୍‌ ରହିଛି। ପ୍ରଥମ ଦିନରେ କେବଳ ଭୁବନେଶ୍ବରରେ ୧୦୦ଟି ସୋ’ ଲାଗିଛି। ଏଥିରୁ ୭୦ ପ୍ରତିଶତ ସୋ’ର ଟିକେଟ୍‌ ଅଗ୍ରୀମ ବୁକ୍‌ ହୋଇ ସାରିଛି।