ସ୍ୱାସ୍ଥ୍ୟ ବୀମା ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ

ଆଜି ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲଞ୍ଚ୍ କରିବେ ମୋଦି । ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆଜି ଆୟୁଷ୍ମାନ ଯୋଜନା ଦ୍ବିତୀୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର ।  ବିସ୍ତୃତ ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି  ଖୁବଶୀଘ୍ର ଓଡିଶାରେ କାର୍ଯ୍ୟାକାରୀ କରିବେ ବିଜେପି ସରକାର । ରାଜ୍ୟ ବାହାରେ  ଦାଦନ ଖଟୁଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଚିକିତ୍ସା । ଯୋଜନାରେ ଲାଭବାନ ହେବେ ରାଜ୍ୟର କୋଟିଏ ପରିବାର । ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।