ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ
ନେପାଳ ରାଜନୀତିରେ ବଡ ହଲଚଲ । ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ । ଅବିଶ୍ୱାସ ପ୍ରସ୍ତାବରେ ହାରିବା ପରେ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଚଣ୍ଡ । ତେବେ ୧୯ ମାସ ଧରି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବା ପରେ ହଠାତ୍ ପ୍ରଚଣ୍ଡ ସରକାରରେ ହଲଚଲ ଦେଖାଦେଇଥିଲା । ସିପିଏମ ଓ ୟୁଏନଏଲ ସମର୍ଥନ ପ୍ରତ୍ୟାହାର କରିବା ପରେ, ପ୍ରଚଣ୍ଡକୁ ଅବିଶ୍ୱାସ ପ୍ରସ୍ତାବ ସମ୍ମୁଖୀନ ହେବାକୁ ପଡିଥିଲା । ଆଜି ସଂସଦରେ ଅଗ୍ନିପରୀକ୍ଷା ଦେଇ ଫେଲ୍ ହେବା ପରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହାକୁ ମିଶାଇ ପ୍ରଚଣ୍ଡକୁ ୫ଥର ଅବିଶ୍ୱାସ ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଥିବାବେଳେ ପ୍ରଥମ ଥର ପାଇଁ ସେ ପରାଜିତ ହୋଇଛନ୍ତି ।