ଫ୍ଲିମ ‘ଛାବା’କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍‌ଗୁଡ଼ିକ ହାଉସ୍‌ଫୁଲ ଯାଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ଏହାକୁ ନେଇ ବିକ୍କି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀ ୯୮ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଫିଲ୍ମ ‘ଛାବା’ର ପ୍ରଶଂସା କରି କହିଥିଲେ, ଏବେ ଫିଲ୍ମ ‘ଛାବା’ ହୃଦୟ ଜିତୁଛି। କହିବାକୁ ଗଲେ ମହରାଷ୍ଟ୍ର ଏବଂ ମୁମ୍ବାଇ, ଯାହା ମରାଠୀ ସହ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଛି। ଶିବାଜୀ ସାବନ୍ତଙ୍କ ମରାଠୀ ଉପନ୍ୟାସରୁ ସମ୍ଭାଜୀ ମହାରାଜଙ୍କ ବୀରତାର ପରିଚୟ ବିକ୍କିଙ୍କ ରୂପରେ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।