ଦେଶରେ ବୀମା ସଖୀ ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ବୀମା ସଖୀ ଯୋଜନାରେ ଦେଶର ଆଗ୍ରହୀ ମହିଳାଙ୍କୁ ଏଲଆଇସି ଏଜେଣ୍ଟ ହେବା ପାଇଁ ମିଳିବ ତାଲିମ । 3 ବର୍ଷ ପାଇଁ ତାଲିମ ସମୟରେ  ମଧ୍ୟ ମହିଳାଙ୍କୁ ମିଳିବ 5ରୁ 7 ହଜାର ଟଙ୍କା । ଏହାବ୍ୟତୀତ କମିଶନ ମଧ୍ୟ ମିଳିବ । କାର୍ଯ୍ୟ ଅନୁସାରେ ପରବର୍ତ୍ତୀ ସମୟରେ ମହିଳାଙ୍କୁ ପଦୋନ୍ନତି ମିଳିବ । ହରିୟାଣାର ପାନିପତରେ ଭାରତୀୟ ଜୀବନ ବୀମା ନିଗମର ସଖୀ ଯୋଜନା ଲଞ୍ଚ କରିଛନ୍ତି ।  ସଶକ୍ତିକରଣ ପାଇଁ ଏହି ଯୋଜନା ଦେଶର ମହିଳାଙ୍କୁ ଅଧିକ ଶକ୍ତି ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।