ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ

ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍‌ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍‌ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଥିରେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏହାର ଭିଡିଓ ଢୋଲକିଆଙ୍କ ପରିବାର ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଛି।