ସାତ ଦିନିଆ ବିଦେଶ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି
ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ଆଲଜେରିଆ ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଆଲଜେରିଆ ପରେ ରାଷ୍ଟ୍ରପତି ମାରିଟନିଆ ଓ ମାଲାୱି ଗସ୍ତ କରିବେ । ଏହା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ । ଆଲଜେରିଆ ରାଷ୍ଟ୍ରପତି ଅବଦଲମଦଜୀଦ ତେବୌନେଙ୍କ ନିମନ୍ତ୍ରଣରେ 13ରୁ 15 ତାରିଖ ଯାଏ ଆଲଜେରିଆରେ ରହିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ତିନି ଦେଶ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି ।