ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଉଚିତ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅପରାଧିକ ମାମଲାରେ ମିଡିଆ ଟ୍ରାଏଲ ଠିକ୍ ନୁହେଁ । ଏହା ନ୍ୟାୟାଳୟ କ୍ଷେତ୍ରରେ ହସ୍ତକ୍ଷେପ କରୁଛି । ଏହାକୁ ନେଇ ଶୁଣାଣି ବେଳେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୋଲିସ ମିଡିଆ ବ୍ରିଫିଂ ଉପରେ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଉ । ଦୁଇମାସ ମଧ୍ୟରେ ଗଣମାଧ୍ୟମ ବ୍ରିଫିଂ ସମ୍ପର୍କିତ ମାନୁଆଲ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ତରଫରୁ ଗୃହମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ । ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ଯେ ଗଣମାଧ୍ୟମରେ ଟ୍ରାଏଲ ଦ୍ୱାରା ନ୍ୟାୟପାଳିକା ପ୍ରଭାବିତ ହେଉଛି । ପୋଲିସର ସମ୍ବେଦନଶୀଳତା ଆସିବା ଜରୁରୀ । କେଉଁ ପର୍ଯ୍ୟାୟରେ ତଦନ୍ତର ବିବରଣୀ ପ୍ରକାଶ କରିବାର ଆବଶ୍ୟକତା ରହିଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପସଙ୍ଗ । କାରଣ ଏହା ପୀଡିତ ବା ଅଭିଯୁକ୍ତଙ୍କ ସହିତ ସାଧାରଣ ଜନତାଙ୍କୁ ସ୍ୱାର୍ଥ ସହିତ ଜଡିତ । ଅପରାଧ ସମ୍ବନ୍ଧୀୟ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂରେ ଜନସ୍ୱାର୍ଥର ଅନେକ ଦିଗ ଅନ୍ତର୍ଭୁକ୍ତ ।