ଜଟଣୀରେ କ୍ୟାନସର ହସ୍ପିଟାଲ ଉଦ୍‌‌ଘାଟନ କଲେ ମୋଦୀ

ଆଜି ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଜଟଣୀଠାରେ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ହସପିଟାଲ ଉଦଘାଟନ କରିଛନ୍ତି । ଜଟଣୀରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆଜି ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗରେ ରହିଛି। ଯୁବ ପିଢ଼ୀମାନେ ନୂଆ ନୂଆ କାର୍ଯ୍ୟ କରୁଛନ୍ତି । ଭାରତ ବୈଷୟିକ ଜ୍ଞାନକୁ ଏହାର ପ୍ରଭୁତ୍ୱ ବିସ୍ତାର କରିବାକୁ ଏକ ମାଧ୍ୟମ ବୋଲି ବିବେଚନା କରୁନାହିଁ। ଭାରତ ଏହାକୁ ଦେଶର ବିକାଶର ଏକ ମାଧ୍ୟମ ବୋଲି ବିବେଚନା କରିଆସୁଛି। ସେ କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ବିଗତ ୯ ବର୍ଷ ମଧ୍ୟରେ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରାଯାଇଛି।

ଭାରତ ୟୁପିଆଇକୁ ମାଧ୍ୟମ କରିଛି । ବୈଷୟିକ ଜ୍ଞାନ ହିଁ ବିକାଶର ମାପକାଠି ହୋଇଛି । ସାଧାରଣ ଲୋକ ଏହା ମାଧ୍ୟମରେ କମ ସମୟରେ କମ ଖର୍ଚରେ ଅଧିକା କାର୍ଯ୍ୟ କରୁଛନ୍ତି ।