ଭାରତ ମଣ୍ଡପମଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ଅଖିଳ  ଭାରତୀୟ  ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ର ୩ୟ ବାର୍ଷିକୀ ସମୟରେ ହେଉଛି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ପିଏମ ଶ୍ରୀ ଯୋଜନା ଅଧୀନରେ ପ୍ରଥମ କିସ୍ତି ଅର୍ଥ ମଞ୍ଜୁର କରିଛନ୍ତି । ଏହା ବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ଏପରି ଭାବରେ ଗଢି ତୋଳିବ ଯେ ସେମାନେ ଜାତୀୟ ଶିକ୍ଷା ନୀତି (ଏନ୍‍ଇପି) ୨୦୨୦ ଦ୍ୱାରା ଧାର୍ଯ୍ୟ ହୋଇଥିବା ଏକ ସମାନ, ଅନ୍ତର୍ଭୂକ୍ତି ଏବଂ ବହୁଳବାଦୀ ସମାଜ ଗଠନ ପାଇଁ ନାଗରିକ, ଉତ୍ପାଦକ ତଥା ଯୋଗଦାନକାରୀ ଭାବରେ ସାମିଲ ହୋଇପାରିବେ । ପ୍ରଧାନମନ୍ତ୍ରୀ  ୧୨ ଟି ଭାରତୀୟ ଭାଷାରେ ଅନୁବାଦିତ ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକ ମଧ୍ୟ ଉନ୍ମୋଚନ ମଧ୍ୟ କରିଛନ୍ତି ।

YouTube player

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‍, କ୍ଷେତ୍ର ବିଶେଷଜ୍ଞ, ନୀତି ର୍ନିମାତା, ଶିଳ୍ପ ପ୍ରତିନିଧୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରତିଷ୍ଠାନକୁ ସେମାନଙ୍କର ଜ୍ଞାନ, ସଫଳତା ସେୟାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଅନ୍ୟ ମଧ୍ୟରେ ଅଖିଳ ଭାରତୀୟ ଶିକ୍ଷା ସମାଗାମରେ ଷୋହଳଟି ଅଧିବେଶନ ଅନ୍ତର୍ଭୁକ୍ତ ହେବ, ଯେଉଁଥିରେ ଗୁଣାତ୍ମକ ଶିକ୍ଷା ଏବଂ ଶାସନ, ସମାନତା ଏବଂ ଅନ୍ତର୍ଭୂକ୍ତ ଶିକ୍ଷା, ସାମାଜିକ-ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀର ପ୍ରସଙ୍ଗ, ଜାତୀୟ ପ୍ରତିଷ୍ଠାନ ରାଙ୍କିଙ୍ଗ ଢାଞ୍ଚା, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଶିକ୍ଷାର ଆର୍ନ୍ତଜାତୀୟକରଣ ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେଉଛି ।