କଂଗ୍ରେସ ବିଜେପି ଟକ୍କର । ମୋଦି କରୁଛନ୍ତି ପ୍ରଚାର । ନିର୍ବାଚନକୁ ନେଇ ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦି ପ୍ରଚାରରେ ଲାଗିଛନ୍ତି । ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ବିଜେପି ପ୍ରାର୍ଥୀ ମହେଶ କଶ୍ୟପଙ୍କୁ ସମର୍ଥନ କରିବା ପାଇଁ ସେ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ବୋଲି ଜଣାପଡ଼ିଛି।ଛତିଶଗଡ ଏବଂ ମହାରାଷ୍ଟ୍ରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କ ପାଇଁ ସେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ବସ୍ତର ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିବା ସହ ସମର୍ଥକଙ୍କୁ ସମ୍ବୋଧିତ କରିବେ।
ସନ୍ଧ୍ୟା ୫ଟାରେ ବିଜେପି ପ୍ରାର୍ଥୀ ସୁଧୀର ମୁଙ୍ଗନ୍ତୀୱାରଙ୍କୁ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିବେ।
ମିଳିଥିବା ସୂଚନା ମୁତାବକ, ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୧୯ରେ ମତଦାନ ହେବ। ଛତିଶଗଡର ୧୧ଟି ଲୋକସଭା ଆସନ ପାଇଁ ମତଦାନ ଏପ୍ରିଲ ୧୯, ଏପ୍ରିଲ ୨୬ ଏବଂ ମେ’ ୭ରେ ତିନିଟି ପର୍ଯ୍ୟାୟରେ ହେବ। ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ସେହିଭଳି ଚନ୍ଦ୍ରପୁର ଆସନ ପାଇଁ ମଧ୍ୟ ଏପ୍ରିଲ ୧୯ରେ ମତଦାନ ହେବ। ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବାଲୁ ଧାନୋରକର ଚନ୍ଦ୍ରପୁର ଆସନ ଜିତିଥିଲେ। ହେଲେ ମେ’ ୨୦୨୩ରେ ତାଙ୍କର ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଥିଲା।