ନୂତନ ସଂସଦ ଗୃହର ଉଦ୍ଘାଟନୀ ଉତ୍ସବରେ ମୋଦୀ ସଂସଦ ଗୃହରେ “ସେଙ୍ଗୋଲ” ପ୍ରତିଷ୍ଠା କରିବେ
ନୂଆଦିଲ୍ଳୀ: ରବିବାର ଦିନ ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିଷ୍ପକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ ସ୍ଥାପନ କରିବେ । ଏହା ହେଉଛି ସେହି ସମାନ ସେଙ୍ଗୋଲ ଯାହାକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ୧୪ ଅଗଷ୍ଟ ୧୯୪୭ ରାତିରେ ତାଙ୍କ ବାସଭବନ ଠାରେ ଅନେକ ନେତାଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ । ଭାରତର ସ୍ୱାଧୀନତା ଅବସରରେ ଘଟିଥିବା ସମଗ୍ର ଘଟଣାକୁ ସ୍ମରଣ କରି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି,
https://twitter.com/AmitShah/status/1661315973373124608?s=20
The ‘Sengol’, represents the values of fair and equitable governance.
It will shine near the Lok Sabha Speaker's podium as a national symbol of the Amrit Kaal, an era that will witness the new India taking its rightful place in the world.#SengolAtNewParliament pic.twitter.com/4BCMkLZ3fm
— Amit Shah (@AmitShah) May 24, 2023
“ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି , ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା । ଅଗଷ୍ଟ ୧୪, ୧୯୪୭ ର ରାତିରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେଉଁଠାରେ ଭାରତର ସ୍ୱାଧୀନତାକୁ ପାଳନ କରା ଯାଉଥିଲା । ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ) ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପୁରୋହିତ) ଙ୍କ ଠାରୁ ‘ସେଙ୍ଗୋଲ’ ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ । ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେଙ୍ଗୋଲ ପ୍ରଦାନ କରା ଯାଇଥିଲା । ଆମେ ସ୍ୱାଧୀନତା ଭାବରେ ଯାହା ପାଳନ କରୁଛୁ, ତାହା ପ୍ରକୃତରେ ‘ସେଙ୍ଗୋଲ୍’ ହସ୍ତାନ୍ତର କରିବାର କ୍ଷଣ ଦ୍ୱାରା ଚିହ୍ନିତ ।”
