ସିରିଏଲ୍ ଦେଖିବାକୁ ଭାରତବାସୀଙ୍କୁ ନିବେଦନ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଏକ ସିରିଏଲ ଦେଖିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ଏହି ସିରିଏଲର ହେଉଛି ସ୍ୱରାଜ: ଭାରତ କେ ସ୍ୱତନ୍ତ୍ର ସଂଗ୍ରାମ କୀ ସମଗ୍ର ଗାଥା। ନିକଟରେ ଏହି ସିରିଏଲ ଦୂରଦର୍ଶନରେ ଲଞ୍ଚ ହୋଇଛି। ଏଥିରେ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀରମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ଦେଖାଯିବ। ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତରେ ଏହି ସିରିଏଲ ବିଷୟରେ ଉଲ୍ଲେଖ କରିଛନ୍ତି।ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ, ସମୟ ବାହାର କରି ସ୍ୱରାଜ: ଭାରତ କେ ସ୍ୱତନ୍ତ୍ର ସଂଗ୍ରାମ କୀ ସମଗ୍ର ଗାଥା ସିରିଏଲ ଦେଖିବାକୁ। ସେ କହିଛନ୍ତି, ଏହା ଏକ ବଡ଼ ପଦକ୍ଷେପ । ଏହା ଦ୍ୱାରା ନୂତନ ପିଢୀ ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରକୃତ ହିରୋ ଏବଂ ହିରୋଇନମାନଙ୍କ ବିଷୟରେ ଜାଣିବେ, ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।ସ୍ୱରାଜ ସିରିଏଲ ପ୍ରତ୍ୟେକ ରବିବାର ରାତି ୯ ଟାରେ ଦବରଦର୍ଶନରେ ପ୍ରସାରଣ ହେଉଛି। ଏହାର ୭୫ ଟି ଏପିସୋଡ୍ ଅଛି ଯାହା ୭୫ ସପ୍ତାହ ପାଇଁ ଦେଖାଯିବ। ଏହି ଶୋକୁ ଇଂରାଜୀ ଏବଂ ୯ ଟି ବିଭିନ୍ନ ଆଞ୍ଚଳିକ ଭାଷାରେ ଡବ୍ କରାଯିବ। ଏହି ଭାଷାଗୁଡ଼ିକ ହେଉଛି ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ମରାଠୀ, ଗୁଜୁରାଟୀ, ଓଡିଆ, ବଙ୍ଗାଳୀ, ଆସାମୀୟ।