ନିୟମ ପାଳନ କରିବା ମାମଲାରେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନିୟମ ପାଳନ କରିବା ମାମଲାରେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ରାଜସ୍ଥାନର ସିରୋହୀ ଜିଲ୍ଲାର ଆବୁ ରୋଡରେ ଏକ ସାଧାରଣ ସଭାକୁ ଉଦବୋଧନ କରିଥାନ୍ତେ ମୋଦୀ । କିନ୍ତୁ ମୋଦୀ ଶୁକ୍ରବାର ରାତି ୧୦ଟା ୨୦ରେ ଆବୁ ରୋଡରେ ପହଂଚିଥିଲେ । ରାତି ୧୦ଟା ପରେ ଲାଉଡ୍ ସ୍ପିକରର ଉପଯୋଗ ଉପରେ କଟକଣା ଲଗାଯାଇଛି । ବିଳମ୍ବ ହେବାରୁ ଉପସ୍ଥିତ ଲୋକଙ୍କୁ କ୍ଷମା ମାଗିବା ସହ ସାଧାରଣ ସଭାରେ ଉଦବୋଧନ ଦେଇନଥିଲେ ।ଏଥିପାଇଁ ମୋଦୀ ଜନତାଙ୍କୁ ଲୋକଙ୍କୁ କ୍ଷମା ମାଗିବା ସହ ଲାଉଡସ୍ପିକରକୁ ନେଇ ଯେଉଁ ନିୟମ ରହିଛି, ତାହା ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ । ସେ ବିନା ମାଇକରେ ଲୋକଙ୍କୁ ଉଦବୋଧନ ଦେବ ସହ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି କହିଥିଲେ । ‘କିନ୍ତୁ ମୁଁ ଆପଣଙ୍କୁ ଭରସା ଦେଉଛି ଯେ ମୁଁ ଏଠାକୁ ଫେରିବି ଏବଂ ଆପଣମାନଙ୍କ ଏହି ଭଲପାଇବାକୁ ସୁଧ ସହିତ ପରିଶୋଧ କରିବି’ ବୋଲି କହିଥିଲେ ।