ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ପ୍ରସଙ୍ଗ

ଗତ ଜାନୁଆରୀରେ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଯେଉଁ ତ୍ରୁଟି ପରିଲକ୍ଷିତ ହୋଇଥିଲା ସେ ସଂପର୍କରେ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଫିରୋଜପୁରର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସଏସପି)ଙ୍କ ଅବେହଳା ଯୋଗୁଁ ଏପରି ଘଟିଲା ବୋଲି ରିପୋର୍ଟ ଦେଇଛନ୍ତି।ଗୁରୁବାର ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ତଦନ୍ତ କମିଟି ରିପୋର୍ଟକୁ ଆଧାର କରି ଦର୍ଶାଇଥିଲେ ପ୍ରଧାନମନ୍ତ୍ରୀ କେଉଁ ରାସ୍ତାରେ ଯିବେ ତାହା ଜାଣି ସୁଦ୍ଧା ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାରେ ଫିରୋଜପୁର ଏସଏସପି ଅବହେଳା କରିଥିଲେ। ପ୍ରଧାନମନ୍ତ୍ରୀ ସେହି ରାସ୍ତା ଦେଇ ଯିବେ ବୋଲି ୨ ଘଣ୍ଟା ପୂର୍ବରୁ ଏସଏସପିଙ୍କୁ ଜଣାଇ ଦିଆଯାଇଥିଲା। ଏସଏସପିଙ୍କ ନିକଟରେ ଆବଶ୍ୟକ ପୁଲିସ କର୍ମଚାରୀ ଥିଲେ ମଧ୍ୟ ସେ ସେହି ରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ।