ପୋଲିସଙ୍କ ପାଇଁ ‘ୱାନ୍ ନେଶନ, ୱାନ୍ ୟୁନିଫର୍ମ’ କେତେ ଜରୁରୀ
ହରିୟାଣାର ସୁରଜକୁଣ୍ଡରେ ଚାଲିଥିବା ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ପୋଲିସ ସଂସ୍କାରକୁ ନେଇ ଅନେକ ଆଲୋଚନା ହୋଇଛି । ତାହା ମଧ୍ୟରେ ପୋଲିସର ବେଶଭୂଷା ରହିଛି । ସ୍ବାଧୀନତା ପରଠାରୁ ଆଜି ଯାଏଁ ଭାରତ ବର୍ଷରେ ପୋଲିସର ବର୍ଦି ବଦଳିବା ନେଇ କିଛି ନିୟମ ନାହିଁ । ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ବର୍ଦି ରହିଥିଲେ ମଧ୍ୟ ତାହାକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଦେଶରେ ଗୋଟିଏ ବର୍ଦି ଉପରେ ଚିନ୍ତା କରିବାର ସମୟ ଆସିଛି । ଏହାକୁ ଅନ୍ୟ ରାଜ୍ୟମାନେ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା କଥା । ଏହା ସହ ଦେଶରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପରାମର୍ଶ ଦେଇ କହିଛନ୍ତି ଏନେଇ ସବୁ ରାଜ୍ୟ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ । କାରଣ ଗୋଟିଏ ରାଜ୍ୟରେ ଅପରାଧ ଘଟାଇ ଅନ୍ୟ ରାଜ୍ୟରେ ଯାଇ ରହୁଛନ୍ତି ଅପରାଧି । ସମ୍ବିଧାନ ଅନୁସାରେ ଆଇନ- ଶୃଙ୍ଖଳା ରାଜ୍ୟ ବିଷୟ ହୋଇଥିଲେ ମଧ୍ୟ ଏହା ଦେଶର ଏକତା ଏବଂ ଅଖଣ୍ଡତା ସହ ମଧ୍ୟ ବହୁ ମାତ୍ରାରେ ଜଡ଼ିତ। ପୁଲିସ୍ ପାଇଁ ‘ୱାନ୍ ନେସନ୍, ୱାନ୍ ୟୁନିଫର୍ମ’ ପ୍ରସ୍ତାବ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।