ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି

ଆଜି ସର୍ଦ୍ଦାଲ ବଲ୍ଲଭାଇ ପଟେଲଙ୍କ ଜୟନ୍ତୀ। ଏହି ଅବସରରେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ପଟେଲଙ୍କ ଭବ୍ୟ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ମୋଦି କେୱଡିଆ ପରେଡ ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ପରେଡ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୫ ପୋଲିସ ଫୋର୍ସ ସାମିଲ ହୋଇଛନ୍ତି। ୨୦୧୮ରେ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଭବ୍ୟ ପ୍ରତିମା ନିର୍ମାଣ ହେବା ପରଠାରୁ କେୱଡିଆରେ ଖୁବ୍ ଧୁମ୍‌ଧାମ୍‌ରେ ଏକତା ଦିବସ ପାଳନ କରାଯାଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତର ଆଜି ଦ୍ଵିତୀୟ ଦିନ। ସର୍ଦ୍ଦାଲ ବଲ୍ଲଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ କେୱଡିଆ ପରେଡ ଗ୍ରାଉଣ୍ଡରେ ଆୟୋଜିତ ‘ଆରମ୍ଭ ୨୦୨୨’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଆରମ୍ଭ କାର୍ଯ୍ୟକ୍ରମର ଏହା ଚତୁର୍ଥ ସଂସ୍କରଣ। ଚଳିତ ବର୍ଷର ଥିମ୍ ହେଉଛି ‘ଅମୃତ କାଳରେ ସୁଶାସନ, ଡିଜିଟାଲ ଟେକ୍ନୋଲୋଜି, ଫାଉଣ୍ଡେସନ ଟୁ ଫ୍ରଣ୍ଟିୟର୍ସ’। ଏତଦ୍ ବ୍ୟତୀତ ମୋଦି ଷ୍ଟାଚ୍ୟୁ ଅଫ ୟୁନିଟିରେ ଦୁଇଟି ପର୍ଯ୍ୟଟନ ସ୍ଥଳୀ ଭୁଲଭୁଲେୟା ଏବଂ ମିୟାବାକି ବନର ଉଦ୍‌ଘାଟନ କରିଛନ୍ତି।