ବିଶ୍ୱକର୍ମା ପୂଜା ଅବସରରେ ଶୁଭାରମ୍ଭ ହେଲା ‘ପିଏମ୍ ବିଶ୍ୱକର୍ମା’ ଯୋଜନା
ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ନିର୍ମାଣକାରୀଙ୍କୁ ବିଶ୍ବକର୍ମା କହି ସମ୍ବୋଧ କରିଛନ୍ତି। ଭଗବାନ ବିଶ୍ବକର୍ମାଙ୍କ ଆଶୀର୍ବାଦରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନା ଆରମ୍ଭ ହେଇଛି। ୧୮ଟି କୌଳିକ ବର୍ଗ ଉପରେ ସରକାର ଯୋଜନାରେ ଫୋକସ କରିବେ। ମେସିନ ତିଆରି ନୁହେଁ ହାତି ତିଆରି ଜିନିଷ ଗୁରୁତ୍ବ ଅଧିକ । ଏହି ଯୋଜନାରେ ବଡ଼ବଡ କମ୍ପାନୀ ଆପଣଙ୍କୁ ଦୁଆରକୁ ଆସବେ ବୋଲି ପ୍ରଧାନମନ୍ତ୍ରୀ କହଛନ୍ତି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ। ଶୁଭାରମ୍ଭ କାର୍ଯ୍ୟକ୍ରମରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ବିଶ୍ବକର୍ମା ଭାଇ ଓ ଭଉଣୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିସହ ୧୫ ହଜାର ଟଙ୍କାର ଟୁଲ କିଟ ଯୋଗାଇ ଦିଆଯିବ । ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଓ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ହେଇଥିବା ଉତ୍ପାଦ ପାଇଁ କ୍ବାଲିଟୀ ସାର୍ଟିଫିକେସନ , ବ୍ରାଣ୍ଡିଂ ଓ ବିଜ୍ଞାପନ ପରି ମାର୍କେଟିଙ୍ଗରେ ସହାୟତା ମିଳିବ। ଏହି ‘ପିଏମ୍ ବିଶ୍ୱକର୍ମା’ ଯୋଜନାରେ ୧୮ ପ୍ରକାର କାରିଗର ଓ ଶିଳ୍ପୀ ମାନଙ୍କୁ ଲାଭ ମିଳିବ । ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର ।