ଜୁନ ୩୦ରେ ,‘ମନ୍ କି ବାତ୍ କାର୍ଯ୍ୟକ୍ରମ
ଆକାଶବାଣୀରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀ ଓ ବିଦେଶରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଚଳିତ ମାସ ୩୦ତାରିଖରେ ଏହା ପ୍ରସାରିତ ହୋବ ।ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୧୧୧ତମ ଭାଗ ହେବ ଏବଂ ଶ୍ରୀ ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ପ୍ରଥମ ଥର ପାଇଁ ପ୍ରସାରିତ ହେବ।ଆଗ୍ରହୀ ଲୋକମାନେ ଟୋଲ୍ ଫ୍ରି ନମ୍ବର ୧୮୦୦-୧୧-୭୮୦୦ ଜରିଆରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ନିଜର ମତାମତ ଓ ପରାମର୍ଶ ଦାଖଲ କରିପାରିବେ। ନରେନ୍ଦ୍ର ମୋଦି ଆପ୍ କିମ୍ବା ମାଇଗଭ ଓପନ୍ ଫୋରମ୍ ଜରିଆରେ ମଧ୍ୟ ଲୋକମାନେ ଅନଲାଇନରେ ନିଜର ମତାମତ ସେୟାର କରିପାରିବେ। ଆଗାମୀ ଏପିସୋଡ୍ ପାଇଁ ସମସ୍ତ ପରାମର୍ଶ ଚଳିତ ମାସ ୨୮ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ।