ମନୋଜ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ମନୋଜ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ଏକ୍ସ ଆକାଉଣ୍ଟରେ ମୋଦି ଲେଖିଛନ୍ତି, ମନୋଜ ଭାରତୀୟ ସିନେମାର ଜଣେ ପ୍ରତୀକ ଥିଲେ, ଯାହା ତାଙ୍କ ଦେଶପ୍ରେମ ପାଇଁ ପ୍ରବଳ ଆଗ୍ରହକୁ ଦର୍ଶାଉଥିଲା । ଏହା ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ପ୍ରତିଫଳିତ ହେଉଥିଲା । ମନୋଜଙ୍କ କାର୍ଯ୍ୟ ଜାତୀୟ ଗର୍ବର ଭାବନାକୁ ପ୍ରଜ୍ବଳିତ କରିଥିଲା ଏବଂ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେବ । ଏହି ଦୁଃଖର ମୁହୂର୍ତ୍ତରେ ମନୋଜଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ପିଏମ୍ ।