୭ଟି ରାଜ୍ୟର ୨୦୦ଟି ସ୍ଥାନ ଉପରେ ଚଢ଼ାଉ
ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫଆଇ) ବିରୁଦ୍ଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ। ସୂଚନାଅନୁସାରେ ମଙ୍ଗଳବାର ସକାଳେ ପାଖାପାଖି ୧୭୦ଜଣ ପିଏଫଆଇ ସଦସ୍ୟଙ୍କୁ ପୁଲିସ୍ ହେପାଜତକୁ ନେଇଛି। ଏହାରି ଭିତରେ ୭ଟି ରାଜ୍ୟରେ ପୁଲିସ୍ ଚଢ଼ାଉ କରିଛି। ନିକଟରେ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଳିତ ଭାବରେ ୧୩ଟି ରାଜ୍ୟରେ ଚଢ଼ାଉ କରି ୧୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଥିଲେ।
ସୂଚନାମୁତାବକ, ପୋଲିସ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଆସାମ, କର୍ଣ୍ଣାଟକ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଖୋଳତାଡ଼ କରୁଛି। ହିଂସାତ୍ମକ ପ୍ରଦର୍ଶନ ଯୋଜନା ସହ ଜଡିତ ତଥ୍ୟ ପାଇବା ପରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ଗୁଇନ୍ଦା ସୂତ୍ରରୁ ପ୍ରକାଶ ଯେ ସକାଳ ୬ଟା ପର୍ଯ୍ୟନ୍ତ ୭ଟି ରାଜ୍ୟର ୨୦୦ଟି ସ୍ଥାନରେ ଚଢ଼ାଉ କରିବା ପରେ ୧୭୦ରୁ ଅଧିକ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।